Ecclesiastes 11

ଜ୍ଞାନୀର କର୍ତ୍ତବ୍ୟ

1ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ,
କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ।
2ସାତ ଜଣକୁ, ବରଞ୍ଚ ଆଠ ଜଣକୁ ଅଂଶ ବିତରଣ କର;
କାରଣ ପୃଥିବୀରେ କି ବିପଦ ଘଟିବ,
ତାହା ତୁମ୍ଭେ ଜାଣ ନାହିଁ।
3ମେଘମାଳ ବୃଷ୍ଟିରେ ପୂର୍ଣ୍ଣ ହେଲେ ପୃଥିବୀରେ ତାହା ଢାଳି ଦିଅନ୍ତି;
ପୁଣି, ବୃକ୍ଷ ଯଦି ଦକ୍ଷିଣ କି ଉତ୍ତର ଦିଗରେ ପଡ଼େ,
ତେବେ ଯେଉଁ ସ୍ଥାନରେ ପଡ଼େ, ସେହି ସ୍ଥାନରେ ରହିବ।

4ଯେଉଁ ଲୋକ ପବନକୁ ଅନାଏ, ସେ ବୁଣିବ ନାହିଁ

ଓ ଯେଉଁ ଲୋକ ମେଘକୁ ଅନାଏ, ସେ କାଟିବ ନାହିଁ।
5ତୁମ୍ଭେ ଯେପରି ବାୟୁର ଗତି,
ଅବା ଗର୍ଭବତୀର ଉଦରରେ ଅସ୍ଥି କିପରି ବଢ଼େ, ତାହା ଜାଣ ନାହିଁ,
ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ।

6ତୁମ୍ଭେ ପ୍ରଭାତରେ ବୀଜ ବୁଣ

ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ;
କାରଣ ଏହା ଅବା ତାହା ସିଦ୍ଧ ହେବ,
ଅବା ଉଭୟ ସମାନ ଉତ୍ତମ ହେବ,
ଏହା ତୁମ୍ଭେ ଜାଣ ନାହିଁ।
7ପ୍ରକୃତରେ ଆଲୁଅ ସୁଖଦାୟକ,
ପୁଣି ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ ତୁଷ୍ଟିକର।
8ହଁ, ଯଦି ମନୁଷ୍ୟ ଅନେକ ବର୍ଷ ବଞ୍ଚେ,
ତେବେ ସେହି ସବୁରେ ସେ ଆନନ୍ଦ କରୁ;
ମାତ୍ର ଅନ୍ଧକାରର ଦିନସବୁ ସେ ମନେ ରଖୁ,
କାରଣ ସେହି ଦିନସବୁ ଅନେକ ହେବ।
ଯାହା ଯାହା ଘଟେ, ସବୁ ଅସାର।

ଯୁବ ସଂପ୍ରଦାୟକୁ ପରାମର୍ଶ


9ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର

ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ,
ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ;
ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ,
ଏହା ତୁମ୍ଭେ ଜ୍ଞାତ ହୁଅ।
ଏହେତୁ ଆପଣା ହୃଦୟରୁ ବିରକ୍ତି ଦୂର କର
ଓ ଆପଣା ଶରୀରରୁ ଦୁଃଖ ଦୂର କର;
କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର।
10

Copyright information for OriULB